ଜସ୍ଥାନୀୟ ନବରଙ୍ଗପୁର ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିଲେ ସେହିପରି ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।