ମାଲକାନଗିରି: ଜିଲ୍ଲା ସୀମାନ୍ତ ଛିନ୍ଦଖରକ ଜଙ୍ଗଲରେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ପ୍ରତିକ୍ରିୟା ରଖିଲେ କାଂକେର ଏସପି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛିନ୍ଦଖରକ ଜଙ୍ଗଲରେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟ ରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଜବାନ ଙ୍କ ଗୁଳିରେ ତିନି ଜଣ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କାଙ୍କେର ପୋଲିସ ଅଧୀକ୍ଷକ ଆଇ. କଲ୍ୟାଣ ଏଲିସେଲା ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ଥିବା ବେଳେ ଜବାନ ମାନେ ଫେରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଏସପି ପ୍ରତିକ୍ରିୟା ରଖିଛନ୍ତି।