ଭିଜିଲାନ୍ସ ଅଫିସ ବାଇପାସ ରାସ୍ତାରେ ଓଲଟିଲା ଟ୍ରକ, ମାତାଲ ଡ୍ରାଇଭର କୁ ଅଟକ ରଖିଲା ଟାଉନ ପୋଲିସ ସୋମବାର ରାତି 8 ଟାରେ ଏପି 16 ଟି ଓ 1367 ନମ୍ବର ର ଏକ ଟ୍ରକ ଦ୍ରୁତ ଗତିରେ ମହିଳା ମହାବିଦ୍ୟାଳୟ ଛକରୁ ଭିଜିଲାନ୍ସ ଅଫିସ ରାସ୍ତାରେ ଏକ ପାଚେରୀ କୁ ଲାଗି ଓଲଟି ପଡିଥିଲା, ତୁରନ୍ତ ସ୍ଥାନୀୟ ଲୋକେ ପହଂଚି ଡ୍ରାଇଭର କୁ ଉଦ୍ଧାର କରିବାକୁ ଉଦ୍ୟମ କଲା ବେଳେ ଡ୍ରାଇଭର ଜଣକ ପ୍ରବଳ ମଦ୍ୟ ପାନ କରିଥିବା ଜାଣି ଅଗ୍ନିଶମ ବାହନୀ ଏବଂ ପୋଲିସ କୁ ସୂଚନା ଦେଇଥିଲେ, ପୋଲିସ ପହଁଞ୍ଚି ଡ୍ରାଇଭର କୁ ପଚରା ଉଚୁରା କରିବାରୁ ସେ ହୋସ ରେ ନଥିଲେ କି କିଛି ମଧ୍ୟ ଠିକ ସେ କହି ପାରୁ ନଥିଲା