କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସ୍ଥିତ ତୁଜୁଙ୍ଗ ସ୍ଥିତ ବିଦ୍ୟାନ୍ତ କଲେଜ ଅଧ୍ୟକ୍ଷା ଶୁଭଶ୍ରୀ ଏସ କଅଁର ଙ୍କ ଅଧ୍ୟକ୍ଷତାରେ ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଆଜି ଶୁକ୍ରବାର ସନ୍ଧ୍ୟା ଆଠ ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ଥିଲେ। ମୂଖ୍ୟ ବକ୍ତା ଭାବେ ସହଯୋଗୀ ପ୍ରଫେସର ନିବେଦିତା ନାଥ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ।