ଅନୁଗୋଳ: ସେରେଣାବେଡ଼ା ନିକଟରେ ଗଛରେ ପିଟି ହେଲା କାର; ଜଣଙ୍କର ମୃତ୍ୟୁ; ୬ ଗୁରୁତର
Anugul, Angul | Oct 1, 2025 ଅନୁଗୋଳ ଜିଲ୍ଲାର ଦୁଇ କାର୍ଯ୍ୟରତ ଆରଆଇଙ୍କ ପରିବାର ଏକ ମାରୁତି ୱାଗ୍ନର ଓଡି ୧୯ ଡବ୍ଲୁ ୩୭୫୬ ଗାଡ଼ିରେ ବ୍ରହ୍ମପୁର ମାଁ ତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ସେରେଣାବେଡା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇ ଥିବା ପ୍ରକାସ ସେଠୀ (୧୧), ସୁଜାତା ସାହୁ (୩୫) ମନୁ ସେଠୀ (୪୦), ସ୍ଵସ୍ତିକ ସେଠି (୧୫) ଦେବସ୍ମିତା ଦିଖିତ୍,ଓ ତାଙ୍କର ତିନି ମାସର ଛୋଟ ଝିଅ ସମସ୍ତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହ