ପଟ୍ଟାଙ୍ଗୀ: କୋଟସ ଓ ଇଗ୍ନୋ ପକ୍ଷରୁ କୋଟସ ପରିସରରେ ସ୍ୱଛତା ପକ୍ଷ ନେଇ ଶପଥ ପାଠ, ରାଲି, କର୍ମଶାଳା
ମଙ୍ଗଳବାର କୋରାପୁଟ ସ୍ଥିତ କୋଟସ ଓ ଇଗ୍ନୋ ପକ୍ଷରୁ ସ୍ଥାନୀୟ କୋଟସ କାର୍ଯ୍ୟାଳୟ ପରିସରରେ ସ୍ୱଛତା ପକ୍ଷ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ୪ଟା ସମୟରେ ସ୍ୱଛତା ପରିବେଶ ଗଠନ କରିବାକୁ ନେଇ ଶପଥ ପାଠ, ରାଲି ଏବଂ ସଚେତନତା କର୍ମଶାଳା ଆଦି କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଗ୍ନୋର ଆଞ୍ଚଳିକ ନିର୍ଦ୍ଧେଶିକା ଡ଼ଃ ଲତିକା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଛତା ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା ସହ ଶପଥ ପାଠ କରାଇଥିଲେ ଏବଂ ସ୍ୱଛତା ଉପରେ ଜନସଚେତନତା ସୃଷ୍ଟି କରିବା ନେଇ ଏକ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ ।