ମହୁକୁଦ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ନାକଟିଦେଉଳ ବ୍ଳକ୍ ଅନ୍ତର୍ଗତ ମହୁକୁଦ ଗ୍ରାମଠାରେ ଥିବା ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରାକୃତିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ମଙ୍ଗଳବାର ସକାଳେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ସୁହାସିନୀ ପ୍ରଧାନ ଙ୍କର ସଭାପତିତ୍ୱ ରେ ଆୟୋଜିତ ପୁରସ୍କାର ବିତରଣୀ ସଭା ରେ ମୁଖ୍ୟ ଅତିଥି ଭାବେ ବ୍ଳକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବକାନ୍ତ ପରିଡ଼ା ଏବଂ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ଯୋଗ ଦେଇ ଆଦିବାସୀ, ହ