ଆନନ୍ଦପୁର: ନନ୍ଦିପଦା ଥାନା ଅଞ୍ଚଳରେ ସାଇବର ସଚେତନତା ରଥ ପରିକ୍ରମା
ନନ୍ଦିପଦା ଥାନା ଅଞ୍ଚଳରେ ସାଇବର ସଚେତନତା ରଥ ପରିକ୍ରମା କରିଛି। ଆଜି ଅପରାହ୍ନ ୫ଟାରେ ଛେନାପଦି ଛକରେ ଏହି ରଥ ପରିକ୍ରମା କରି ଏଲଇଡି ମାଧ୍ୟମରେ ବର୍ତ୍ତମାନ ସମୟରେ କିପରି ସାଇବର ଠକେଇ ହେଉଛି ଓ ସେଥିରୁ କିପରି ରକ୍ଷା ପାଇବା ତାହା ଉପରେ ସଚେତନ କରାଯାଇଥିଲା। ନନ୍ଦିପଦା ଥାନାର ଇନ୍ସପେକ୍ଟର ବଳିଆ ବାରିକ, ଏ ଏସ ଆଇ ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।