ଦେବଗଡ ଟାଉନ ହଲ ଠାରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଜାଗରଣ ଆର୍ଟ ଇଂଟରନ୍ୟାସନାଲ’ ଆନୁକୂଲ୍ୟରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ‘ଜାତୀୟ ନାଟକ ଓ ନୃତ୍ୟ ମହୋତ୍ସବ’ର ତୃତୀୟ ସଂଧ୍ୟାରେ ଶୁକ୍ରବାର ହିନ୍ଦୀ ନାଟକ ‘ଟେରୋରିଷ୍ଟ କି ପ୍ରେମିକା’ ମଂଚସ୍ଥ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଅଶୋକ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବନଖଣ୍ଡ ଅଧିକାରୀ ମିସ ରଶ୍ମି ଜୀ ଓ ଉପଜିଲ୍ଲାପାଳ ପରକ୍ଷିତ ସାହୁ ମଞ୍ଚାସୀନ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ ।