ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ାରେ ବେଲପାହାଡ଼ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ବିନ୍ଦୁ ଭଇଁଷାଲ ୪୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ଦ୍ଵିତୀୟ ସ୍ଥାନ କଲେ ଅଧିକାର l ଏହି ଉପଲବ୍ଧି ପାଇଁ ବେଲପାହାଡ ରେ ବିନ୍ଦୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଛାତ୍ର ବିନ୍ଦୁ ଭଇଁଷାଲ ୪୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଝାରସୁଗୁଡା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ଝାରସୁଗୁଡ଼ା ଜିଲା ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ରେ ବିନ୍ଦୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜ୍ୟସ୍ତରୀୟ ପ୍ରତିଯ