ବରଗଡ: ସମଲେଶ୍ଵରୀ ମନ୍ଦିରରେ ମାଁ ଙ୍କ ନବରାତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ,ଶୁଣନ୍ତୁ ପୂର୍ବତନ ବିଧାୟକ ଓ ପଣ୍ଡିତଙ୍କ ପ୍ରତିକ୍ରିୟା
ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ନବରାତ୍ର ପୂଜା ଉତ୍ସବ ଅନୁଷ୍ଠିତ । ଏହି କ୍ରମରେ ସୋମବାର ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି | ମାଁ ସମଲେଶ୍ବରୀ ଆଜି ଶୈଳପୁତ୍ରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଏନେଇ ପଣ୍ଡିତ ଓ ଭକ୍ତ ପ୍ରତିକ୍ରିୟା ରଖିଛନ୍ତି | ମାଙ୍କୁ ଏହି ବେଶରେ ଦର୍ଶନ କଲେ ଶୁଭ ଫଳ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଫଳରେ ଭକ୍ତମାନେ ଫୁଲ,ଧୂପ,ଦୀପ ଧରି ମନ୍ଦିରକୁ ଆସିଛନ୍ତି ଏବଂ ଦେବୀଙ୍କ ଦର୍ଶନ କରୁଛନ୍ତି ।