ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ସମ୍ମିଳନୀ କକ୍ଷ ଠାରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀମାନଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ପୋଲସରା ଥାନା ସେକେଣ୍ଡ ଅଫିସର କଳ୍ପନା ପ୍ରଧାନ, ସ୍ବାସ୍ଥ୍ୟକେନ୍ଦ୍ର ଆୟୁଷ ବିଭାଗର ଡ଼ା. ସୁଭ୍ରମୟୀ ପାଢୀ ଏବଂ ବିଇଓଙ୍କ ପ୍ରତିନିଧି ଶିକ୍ଷକ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।