ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ପରମାଣପୁର ଠାରେ ନୂତନ ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଆଜି ଦିନ ୩ଘଣ୍ଟା ସମୟରେ ଶୁଭ ଉଦ୍ଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ। ଅଞ୍ଚଳବାସୀଙ୍କ ଦୀର୍ଘବର୍ଷ ଧରି ରହିଥିବା ଦାବି ପୁରଣ ହୋଇଥିବାରୁ ଏହି ଅବସରରେ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ଅନୁଭବ କରୁଥିବା ବିଧାୟକ କହିଛନ୍ତି ।