ଧର୍ମଗଡ: ହାରାମାଲ ଗସ୍ଥ କରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଡ଼ିଓ
ମଙ୍ଗଳବାର ଅପରାହ୍ନରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ହାରାମାଲ ଗସ୍ଥ କରିଥିଲେ। ଏହି ଗସ୍ତ ସମୟରେ ହାରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହେଇଥିବା ନେଇ ଶିକ୍ଷକ ଏବଂ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଏହାସହ କେଉଁଠି ଶ୍ରେଣୀ କୋଠରୀ ନିର୍ମାଣ ହେବ ସେନେଇ ଆଲୋଚନା କରିଥିଲେ।