ରାଜଗାଙ୍ଗପୁର: ସିଆଲଯୋର ଠାରେ ଖୋଲିଲା ଧାନ ମଣ୍ଡି
କୁତ୍ରା ଲ୍ୟାମ୍ପସ ଅନ୍ତର୍ଗତ ସିଆଲଜୋର ଠାରେ ଆଜି ଧାନ ମଣ୍ଡି ଖୋଲିଲା। କୁତ୍ରାଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ଖାଖା ଏବଂ କୁତ୍ରା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ ଉଭୟେ ଉପସ୍ଥିତ ରହି ଚଳିତ ବର୍ଷ ପାଇଁ ଧାନମଣ୍ଡି ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଦିଲ୍ଲୀପ କୁମାର ତନ୍ତିଙ୍କ ସହ କୁତ୍ରା ଲ୍ୟାମ୍ପସ ଏମ.ଡି ଉପସ୍ଥିତ ଥିଲେ।ଲ୍ୟାମ୍ପସ ସଭାପତି ମଙ୍ଗଳ କୁଜୁର ଙ୍କ ସମେତ କୃଷକ ମାନଙ୍କ ମଧ୍ୟରେ କିସମଣି ପଟେଲ, ସନ୍ତୋଷ ବେହେରା,ଗୋବିନ୍ଦ କଲସେର ଉପସ୍ଥିତ ଥିଲେ।