ଦଶପଲ୍ଲା: ଜଗନ୍ନାଥପ୍ରସାଦ ଗ୍ରାମରେ ଯୁବକଙ୍କ ଆତ୍ମହତ୍ଯା
ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ ମଙ୍ଗଳବାର ଦିନ ଜୈନିକ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଛନ୍ତି। ଯୁବକ ଜଣକ ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ରଞ୍ଜିତ କୁମାର ସାହୁ ଓ ବୟସ ୨୪ବର୍ଷ ବୋଲି ଜଣାପଡିଛି। ଆତ୍ମହତ୍ଯାର ସଠିକ୍ କାରଣ ଜଣାପଡି ନାହିଁ। ସୂଚନା ଯୋଗ୍ଯ ଯେ ରଞ୍ଜିତକୁ ସକାଳ ୧୦ଟା ସମୟରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l