ଭୋଗରାଇ: ଜଳେଶ୍ୱର ଠାରେ ସପନି ଜେନାଙ୍କ ସୃତି ସଭା ଅନୁଷ୍ଠିତ, ଯୋଗ ଦେଲେ ଭୋଗରାଇ ବିଧାୟକ ଗୌତମ ବୃଦ୍ଧ ଦାସ
୧୯୪୨ ମସିହାରେ ଏକ ପ୍ରଳୟଙ୍କରୀ ବାତ୍ୟା ଉତ୍ତର ବାଲେଶ୍ଵର ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ସୃଷ୍ଟି କରିବା ପରେ ଖାଦ୍ୟାଭାବରୁ ସୃଷ୍ଟି ହୋଇଥିଲା ଭୟଙ୍କର ଦୁର୍ଭିକ୍ଷ । ଏତିକିବେଳେ ଜଳେଶ୍ଵରର ଏକ ରାଇସ ମିଲରୁ ବର୍ଷାଭିଜା ଦରସିଝା ଚାଉଳ ସଂଗ୍ରହ କରିବାକୁ ଯାଇଥିବା ଶତାଧିକ ଭୋକିଲା ଲୋକଙ୍କ ମଧ୍ୟରୁ ବ୍ରିଟିଶ ପୁଲିସର ଗୁଳିରେ ଟଳି ପଡ଼ିଥିଲେ ଲକ୍ଷ୍ମଣନାଥ ଅଞ୍ଚଳର ସପନି ଜେନା। ଖାଦ୍ୟ ପାଇଁ ସହିଦ ହୋଇଥିବା ସେହି ସପନି ଜେନାଙ୍କ ସ୍ମୃତିରେ ଆଜି ଜଳେଶ୍ଵର ମହିଳା ମହାବିଦ୍ୟାଳୟରେ ଜଳେଶ୍ଵର ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି ବିଧାୟକ ।