ବଡଚଣା: ଭୁବନେଶ୍ବର ସ୍ଥିତ ଶଙ୍ଖ ଭବନ ଠାରେ ବିଜେଡିରେ ଯୋଗଦେଲେ ବଡଚଣାର କ୍ୟାପଟେନ ରାଜ ନାରାୟଣ ମହାପାତ୍ର
ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ବଟଚଣାର କ୍ୟାପଟେନ ରାଜ ନାରାୟଣ ମହାପାତ୍ର ବୁଧବାର ଭୁବନେଶ୍ଵର ସ୍ଥିତ ଶଙ୍ଖ ଭବନ ପରିସରରେ ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାର ସହ ପ୍ରଭାରୀ ଜନ୍ମେଜୟ ଲେଙ୍କା ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।