ବସ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ଡ଼ାଳୁଆ 2 ଠାରେ ବୃକ୍ଷରୋପଣ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ
Basta, Balasore | Sep 17, 2025 ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ଆଜି ଠାରୁ ଦେଶ ବ୍ୟାପି 'ଏକ ପେଡ ମାଆକେ ନାମ ପେ ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ ବାଲିଆପାଳ ବ୍ଲକରେ ମଡେଲ ରୂପେ ଅସ୍ତି ପଞ୍ଚାୟତ ଡାଳୁଆ ୨ ଠାରେ ବାଇପାସ୍ ରାସ୍ତା ଠାରୁ ସୁବର୍ଣ୍ଣ ରେଖା ପୋଳ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲିଆପାଳ ବିଡିଓ ରାଧା ରଞ୍ଜନ ଦାଶ, ତହସିଲଦାର ଜ୍ୟୋତ୍ସ୍ନା ରାଣୀ ମହାନ୍ତି ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଭୂମିକା ବିଷୟରେ ଆଲେଚନା କରିଥିଲେ।