ଅନୁଗୋଳ: ବାଘୁଆବୋଲ ଅଞ୍ଚଳରେ ଥିବା ସରକାରୀ ଆଇଟିଆଇ କ୍ୱାଟର୍ସରେ ଲାଗିଲା ନିଆଁ
Anugul, Angul | Nov 15, 2025 ସୂଚନା ଅନୁସାରେ ଆଜି ଭାସ୍କର ନାହାକଙ୍କ ବୋହୁ ସରକାରୀ ଆଇଟିଆଇର କ୍ୱାଟର୍ସର ଦୁଇ ମହଲାରେ ରହି ରୋଷେଇ କରୁଥିବା ସମୟରେ ହଠାତ ବିଦ୍ୟୁତ ସର୍ଟସର୍କିଟରୁ ଏସିରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ସମସ୍ତ ଘର ଭିତରେ ବ୍ୟାପିବାରୁ ଭୟରେ ତାଙ୍କ ବୋହୁ ତଳକୁ ପଳାଇ ଆସିଥିଲେ । ଧୀରେ ଧୀରେ ନିଆଁ ଘରର ସବୁଆଡେ ବ୍ୟାପିବା ସହ ଅନ୍ୟ ଆସବାବ ପତ୍ରରେ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ସମସ୍ତ କ୍ବାଟର୍ସ ଗୁଡ଼ିକ ଧୂଆଁ ମୟ ହୋଇଯାଇଥିଲା। ଭୟରେ ସେଠାରେ ରହୁଥୂବା ଲୋକମାନେ ମଧ୍ୟ ତଳକୁ ପଳାଇ ଆସିଥିଲେ I ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଷେଇ ଘରେ