କଣ୍ଟାମାଳ: ବାଉଁଶୁଣୀ ବାରଗୋଛିୟା ଠାରେ ଏକ ପେଡ ମା କେ ନାମ୍ ବୃକ୍ଷ ରୋପଣ, ଯୋଗଦେଲେ କଣ୍ଟାମାଳ ବିଧାୟକ
ବୁଧବାର ଦିନ ବୌଦ୍ଧ ବ୍ଲକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶୁଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବାଉଁ ଶୁଣୀ ବାର ଗୋଛିୟା ଠାରେ ଏକ ପେଡ ମା କେ ନାମ୍ ଅନ୍ତର୍ଗତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ବିଡିଓ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l