ଜିଲ୍ଲା କୋର୍ଟରେ ହତ୍ୟା ଓ ଲୁଟ୍ ମାମଲାରେ ଦୁଇଜଣଙ୍କ ୧୦ବର୍ଷ ଲେଖାଏଁ ଜେଲ୍ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଏବଂ ଦୌରାଜଜ ନବରଙ୍ଗପୁର ଜିଲ୍ଲା ଏବଂ ଦୌରାଜଜ୍ ସୁବ୍ରତମହାନ୍ତି ହତ୍ୟା ଓ ଲୁଟ୍ ମାମଲାର ବିଚାର କରି ଦୁଇଜଣ ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେମାନେ ହେଲେ, ଡାବୁଗାଁ ଥାନା ଖଇରା ତେନ୍ତୁଳିଗୁଡା ଗାଁର ରମେଶ ହରିଜନ ଓ ସୁଶାନ୍ତ ହରିଜନ । ଦୁଇଜଣଙ୍କୁ ୧୦ବର୍ଷ ସଶ୍ରମକାରାଦଣ୍ଡ ସମେତ ୧୦ହଜାର ଟଙ୍କା ଲେଖାଏଁ ଜୋରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନାଦେୟ ଆହୁରି ୧ବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି