ଦେବଗଡ: ସାଇବର ସୁରକ୍ଷା ଅଭିଯାନ ପାଇଁ ଦେବଗଡ ସହରରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଦେବଗଡ ସହରରେ ସାଇବର ସୁରକ୍ଷା ଅଭିଯାନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ଥାନା ଅଧିକାରୀ ସବ୍ୟଶାଚୀ ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ଦେବଗଡ ସହର ଭିତରେ ବୁଲି ବୁଲି ପୋଲିସ ପକ୍ଷରୁ ସାଇବର ଅପରାଧ ଉପରେ ସଚେତନ କରାଯାଇଛି । ସବଇନ୍ସପେକ୍ଟର ବିନୟ କେରକେଟା, ଏଏସଆଇ ଅଚ୍ୟୁତ ସାହୁଙ୍କ ସମେତ ଦେବଗଡ ଥାନାର øପୋଲିସ ଅଧିକାରୀ ଏବଂ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ସାଇବର ସୁରକ୍ଷା ମାସ ଚାଲିଥିବା ସାଇବର ଅପରାଧକୁ କିଭଳି ରୋକାଯାଇ ପାରିବ ସେନେଇ ପୋଲିସ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି ।