ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଯୁବ ରେଡକ୍ରସ୍ ତରଫରୁ ଏଚ୍. ଆଇ.ଭି.ଏଡ଼ସ ଆଲୋଚନାଚକ୍ର ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଅଧିକାରୀ ସ୍ୱାଭିମାନ ସାହୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ସୁଦାମ ସେଠୀ, ଏନସିସି ଲେ. ବିନତା କୁମାରୀ ଦାସ , ଏନ ଏସ ଏସ ଅଧିକାରିଣୀ ଡକ୍ଟର ଜ୍ୟୋସ୍ନାରାଣୀ ପଟ୍ଟନାୟକ ଯୋଗ ଦେଇଥିଲେ ।