କୁଚିଣ୍ଡା ଥାନା ଅନ୍ତର୍ଗତ ତେଲିତିଲେଇମାଲ ବରଘାଟ ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶ ରେ ଆସି ଜଣେ ୯ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ବରଘାଟ ଗ୍ରାମରେ କେତେକ ଶିଶୁ ଏକ ବିଦ୍ୟୁତ୍ ଖୁଣ୍ଟ ନିକଟରେ ଖେଳୁଥିବା ବେଳେ ରଞ୍ଜିତ ମୁଣ୍ଡା ଙ୍କ ପୁଅ ସନାତନ ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ କୁଚିଣ୍ଡା ପୋଲିସ ଡାକ୍ତରଖାନା କୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।