ଜମନକିରା: ପୁକୁଡ଼ା ଠାରେ ମାଝୀ ରାସ୍ତା ଉପରେ ଛିଣ୍ଡିଲା ବିଦ୍ୟୁତ ତାର, ଅଳ୍ପକେ ବର୍ତିଲେ ଯାତ୍ରୀ
ଜମନକିରା ବ୍ଲକ ଅନ୍ତର୍ଗତ ପୁକୁଡ଼ା ଗ୍ରାମର ମୁଖ୍ୟ ରାସ୍ତା ଉପରେ ହାଇ ଭୋଲ୍ଟେଜ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଥିବା ସୂଚନା ରହିଛି। ସୂଚନା ଅନୁସାରେ ଶନିବାର ଦିନ ପୁକୁଡ଼ା ଗ୍ରାମର ସୁଶାନ୍ତ ସେଠ ଓ ତାଙ୍କ ସ୍ତ୍ରୀ ଆରତୀ ସେଠ ଗ୍ରାମ ରାସ୍ତାରେ ବୁଲୁଥିବା ବେଳେ ମଝୀ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା।ସେହି ତାରରେ ହାଇ ଭୋଲ୍ଟେଜ ବିଦ୍ୟୁତ୍ ସରବରାହ ରହିଥିବାରୁ ସେମାନେ ରାସ୍ତାର ଉଭୟ ପାର୍ଶ୍ଵରେ ରହି ବାଇକ ଆରୋହୀ ଏବଂ ଯାତ୍ରୀବାହି ବସ କୁ ମଧ୍ୟ ଅଟକାଇ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିଲେ।