କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଶୁଙ୍ଖି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଦିନ ୨ଟା ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିଭିନ୍ନ ସମସ୍ୟା ଶୁଣିବା ସହ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରା ଯାଇଥିଲା। ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିରରେ ବ୍ଳକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ସହ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।