ବିରିଡି: ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ
ଆଜି ଅପରାହ୍ନରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଜଗତସିଂହପୁର ଜିଲ୍ଲା ଜଳସେଚନ ବିଭାଗ ଅଧୀନରେ ଥିବା ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନରେ ତାଙ୍କ ସହ ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ ରାଉତ, ସହକାରୀ ମୁଖ୍ୟ ଯନ୍ତ୍ରୀ ସରୋଜ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ କନିଷ୍ଠ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ।