ଅନୁଗୋଳ ଜିଲ୍ଲା ନିଶା ଥାନା ଇଲାକା ପରଙ୍ଗ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁଇ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଲୁହାମୁଣ୍ଡା ଗ୍ରାମର ସୁନିଲ ବେହେରା (୨୦) ନିଶା ଗ୍ରାମର ନିର ଗୋଛାୟତ (୫୦) ଗୋଟିଏ ବାଇକରେ ଜିନ୍ଦଲ କାରଖାନାକୁ କାମ କରି ଯାଉଥିବା ବେଳେ ପରଙ୍ଗ ଗ୍ରାମ ନିକଟରେ ଗୋଟିଏ ଗଛରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଦୁଇ ଜଣ ଚିକିତ୍ସା ହେଉଛନ୍ତି।