ସିଭିଲ ଟାଉନସିପ୍ ଅଞ୍ଚଳରେ ମାତିଛନ୍ତି ଚେନ୍ ଲୁଟେରା। ଲୁଟ୍ କୁ ନେଇ ଅଞ୍ଚଳରେ ଭୟର ମାହୋଲ ସୃଷ୍ଟି କରିଛି । ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।ଶନିବାର ରାତି ପ୍ରାୟ ୯ଟା ୩୦ରେ ଭାସ୍କର ଛକ ଅଭିମୁଖେ ତାରିଣୀ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। କଳା ମୋଟରସାଇକେଲ୍ ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କ ଘରୁ ପିପଲ ଗଛରେ ପାଣି ଚଢାଇବା ପାଇଁ ବାହାରିଥିଲେ ମହିଳା। ହଠାତ ସେମାନେ ତାଙ୍କୁ ଆକ୍ରମଣ କରିବା ସହ ଘଟଣାସ୍ଥଳରେ ପଳାଇବା ପୂର୍ବରୁ ତାଙ୍କ ଗଳରୁ ସୁନା ଚେନ ଛଡାଇ ନେଲେ।