ପୋଲସରା: ବୁଗୁଡ଼ା ଠାରେ ବନବିଭାଗ ପକ୍ଷରୁ ଡିଭିଜନ ସ୍ଥରୀୟ ତାଲିମ ଶିବିର ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବଡଦାଣ୍ଡ ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ବନବିଭାଗ ପକ୍ଷରୁ ଡିଭିଜନ ସ୍ଥରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଅଲ ଇଣ୍ଡିଆ ଟାଇଗର ଇଷ୍ଟିମେସନ 2026 ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ଏସିଏଫ୍ ପ୍ରଦିପକୁମାର ବେହେରା ,ଏସିଏଫ୍ ନିହାର ରଞ୍ଜନ ମଲ୍ଲିକ୍ ,ବୁଗୁଡା ,ଆସିକା,ପୋଲସରା,ସୋରଡ଼ା ଆଦି ବନବିଭାଗ ର ବନ ଅଧିକାରି ମାନେ ଜୋଗ ଦେଇଥିବା ବେଳେ ସମସ୍ତ ବନକର୍ମଚାରି ମାନେ ଶିବିରରେ ଜୋଗ ଦେଇ ତାଲିମ ନେଇଥିଲେ l ବାଘ ଗଣନା ନେଇ ଏହି ଅବସରରେ ତାଲିମ ପ୍ରଦାନ କରାଯାଇଥିଲା l