ସୋମବାର ପବିତ୍ର ଦୀପାବଳି। ଏହି ଦୀପାବଳିର ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଥୁଆମୁଳ ରାମପୁର ଠାରେ ଥିବା ମହାକାଳୀ ରୂପୀ ଦେବୀ ବେଙ୍ଗୁଲି ଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ବେଙ୍ଗୁଲୀ ଦେବୀଙ୍କ ପୂଜା ଉତ୍ସବ ପାଇଁ ସନ୍ଧ୍ୟାରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହେଇଯାଇଛି। ବିଭିନ୍ନ ସାଂସ୍କୃତିକ ଦଳ ସହ ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ନିକଟସ୍ଥ ନାଳରୁ ଜଳ କଳସ ଭରି ପୂଜା ମଣ୍ଡପକୁ ଫେରିଥିଲେ।