ସମ୍ବଲପୁର ଜିଲା ଚାରମାଳ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ଯୁବକ ଆହତ ହୋଇଛନ୍ତି । ଚାରମାଳ ନିବାସୀ ଅଜୟ ଭୋଇ ଓ ମିଥୁନ ମିର୍ଦ୍ଧା ନାମକ ୨ ଜଣ ଯୁବକ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଦ୍ରୁତଗାମୀ ମୋଟର ସାଇକେଲ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଯୁବକ ରାସ୍ତା ଉପରେ କଚାଡି ହୋଇ ଗୁରୁତର ଆହତ ହୋଇଛନ୍ତି । ଏଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଇଛି l