ବାମରା ବ୍ଲକ ତୁରେଇ ଠାରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ ର ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ତୁରେଇ ପଞ୍ଚାୟତ ର ସମସ୍ତ ଡ୍ରାଇଭର ଭାଇ ମାନେ ଉପସ୍ଥିତ ରହିଥିବା ବେଳେ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସହ ସଙ୍ଘର ରହିଥିବା ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା। ବ୍ଲକ ସଭାପତି ବସନ୍ତ ମିଞ୍ଜଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଲେମାନ କେରକେଟା ଓ ଫକିର ମୋହନ ନାଏକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ମତ ବ୍ୟକ୍ତ କରିଥିଲେ।