ବିଞ୍ଝାରପୁର: ନିଜାମପୁରରେ ସର୍ଟସର୍କିଟ ଯୋଗୁଁ ଜଳିଗଲା ୩ଟି ବାଇକ, ସାଇକେଲ ଓ ଟ୍ରଲି
ବ୍ୟାଟେରୀ ସର୍ଟ ସର୍କିଟ ଯୋଗୁଁ ଗ୍ୟାରେଜରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ୩ ଟି ବାଇକ୍, ଗୋଟିଏ ସାଇକେଲ ସମେତ ଟ୍ରଲି ରିକ୍ସା ଜଳି ପୋଡ଼ି ନଷ୍ଟ । ଏଭଳି ଅଘଟଣ ଘଟିଛି ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତରେ । ସୂଚନାମୁତାବକ ନିଜାମପୁରରେ ସରୋଜ ସାହୁଙ୍କ ଗ୍ୟାରେଜରେ ବ୍ୟାଟେରୀ ସର୍ଟସର୍କିଟ ଯୋଗୁଁ ଅକସ୍ମାତ ନିଆଁ ଲାଗିଯାଇଥିଲା । ଆଖ ପାଖ ଲୋକେ ନିଆଁ ଲାଗିବା ନେଇ ହୋ ହାଲ୍ଲା କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ ପାଇଁ ଚେଷ୍ଟା କରିଥିଲେ।