ନର୍ଲା: ନର୍ଲା ବ୍ଲକ ଫରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ନର୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ lବିଏସଏସଓ ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତର ଏଡିଏଓ, ଯୋଗାଣ ସହାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ବିଭିନ୍ନ ଦାୟୀତ୍ୱରେ ରହି ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ବିଶେଷ କରି ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ ପାସ, ଟ୍ରେନ ପାସ ପାଇଁ ତାଲିକା ଭୁକ୍ତ କରାଯାଇଥିଲା।