ବିଜୁ ପଟନାୟକ ଷ୍ଟାଡିୟମରେ ଉମରକୋଟ ପ୍ରୀମିଅର୍ ଲିଗ ଅଷ୍ଟମ ସଂସ୍କରଣ ନିମନ୍ତେ ପ୍ରସ୍ତୁତି ବୈଠକ, ଆସନ୍ତା 7 ରୁ ଆରମ୍ଭ ହେବ ମ୍ୟାଚ ଆସନ୍ତା ନଭେମ୍ବର ୭ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଉମରକୋଟ ପ୍ରୀମିଓର ଲିଗ ର ସଫଳ ଆୟୋଜନ ପାଇଁ ନବରଙ୍ଗପୁର ଜିଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ଲିଗରେ ମୋଟ ୧୭ଟି ଟିମ୍ ଅଂଶ ଗ୍ରହଣ କରୁଥିବା ବେଳେ ଫାଇନାଲ ମ୍ୟାଚ ୧୬ ନଭେମ୍ବର ଦିନ ହେବ। ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ୨୦ ଓଭର ଲେଖାଏଁ ଖେଳାଯିବ। ବିଜେତାଙ୍କୁ ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ଦିଆଯିବ