ବରଗଡ: ଗୁରୁଦ୍ୱାରା ଛକ ଠାରେ ଲୋକାଲ ଟ୍ରକ ଏସୋସିଏସନର ନୂତନ ସଭାପତି ରଖିଲେ ପ୍ରତିକ୍ରିୟା
ଲୋକାଲ ଟ୍ରକ ମାଲିକ ଏସୋସିଏସନର ନୂତନ ସଭାପତି ହେଲେ ରବି ଶର୍ମା | ରବିବାର ରାତ୍ରି 8 ଘଣ୍ଟା ସମୟରେ ଏନେଇ ନୂତନ ଭାବେ ଚୟନ ହୋଇଥିବା ସଭାପତି ଓ କେସିଅର ଗୁରୁଦ୍ୱାରା ଛକ ଠାରେ ପ୍ରତିକ୍ରିୟା ରଖିଛନ୍ତି | 61 ଜଣ ସଦସ୍ୟ ରହିଥିବା ବେଳେ 6 ଟି ଭୋଟରେ ରବି ଶର୍ମା ନୂତନ ଭାବେ ସଭାପତି ଚୟନ ହୋଇଛନ୍ତି | ଆଗାମୀ ଦିନରେ ଟ୍ରକ ମାଲିକ ସଂଘର ସମସ୍ତ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି | ତେବେ ଏନେଇ ଶୁଣନ୍ତୁ ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତାଙ୍କ ପ୍ରତିକ୍ରିୟା ।