ବାସୁଦେବପୁର: ନୀଳମଣି ମାର୍କେଟ କମ୍ପ୍ଲେକ୍ସରୁ ହାଲୋଜିନ ଲାଇଟ ବଲ ଚୋରି, ବାସୁଦେବପୁର ଥାନାରେ ଅଭିଯୋଗ
ବାସୁଦେବପୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସରୁ ହାଲୋଜିନ ଲାଇଟ ବଲ ଚୋରି ହୋଇଥିବା ନେଇ ଆଜି ସନ୍ଧ୍ୟାରେ ଥାନାରେ ଅଭିଯୋଗ କଲେ ଦୋକାନୀ। ଗତକାଲି ବିଳମ୍ବିତ ରାତିରେ ମାକେଟ କମ୍ପ୍ଲେକ୍ସରେ ଲାଗିଥିବା ୬ଟି ହାଲୋଜିନ ଲାଇଟ ବଲକୁ ଦୁର୍ବୃତ୍ତ ଚୋରି କରିନେଇଥିଲେ। ଆଜି ସକାଳେ ଦୋକାନୀ ମାନେ ଦୋକାନ ଖୋଲିବା ପରେ ବଲ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।