ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ଜାମପାଲି ନିକଟରେ ଜଣେ ଫେରିବାଲାଙ୍କୁ ମାଡ଼ ମାରି ଲୁଟ ଅଭିଯୋଗ
ବୁର୍ଲା ଥାନା ଅନ୍ତର୍ଗତ ଜାମପାଲି ନିକଟରେ ଜଣେ ଯୁବକଙ୍କୁ ମାଡ଼ ମାରି ଲୁଟ ଉଦ୍ୟମ l ମିଳିଥିବା ସୂଚନା ଅନୁସାରେ ଖେତିପଡାର ଜଣେ ଫେରିବାଲା ଆଜି ଘଣ୍ଟେଶ୍ୱରୀ ମନ୍ଦିର ଆଡକୁ ଯାଉଥିବା ସମୟରେ, ଯାମପାଲି ନିକଟରେ ଦୁଇ ଜଣ ଯୁବକ ତାଙ୍କ ଗାଡିକୁ ଅଟକାଇ ଥିଲେ l ଫେରିବାଲା ଜଣକ ଅଟକିବା ମାତ୍ରକେ ତାଙ୍କୁ ଦୁଇ ଜଣ ଯୁବକ ଭୁଜାଲି ଦେଖାଇ ଆକ୍ରମଣ କରି ତାଙ୍କ ଠାରୁ 8 ହଜ଼ାର ଟଙ୍କା ଓ ଗୋଟିଏ ମୋବାଇଲ ଲୁଟ କରି ଫେରାର ହୋଇଯାଇଥିଲେ l ଆକ୍ରମଣ ରେ ଫେରିବାଲା ର ମୁଣ୍ଡ ଫାଟିଯାଇଥିଲା l ସେହି ରାସ୍ତା ଦେଇ ଆସୁଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ସମ୍ବଲପୁର ମେଡିକାଲ ଆଣି ଚିକିତ୍ସା କରିଛନ୍ତି