ସମ୍ବଲପୁରର ଉପକଣ୍ଠସ୍ଥ ନକ୍ସପାଲି ଠାରେ ଏକ ପାଉଁଶ ବୋଝୋଇ ଟ୍ରକକୁ ପଛରୁ ଏକ ଦ୍ରୁତଗାମୀ କାର ରବିବାର ଅପରାହ୍ନରେ ଧକ୍କା ଦେଇଛି । ଏହ ଘଟଣାରେ କାରରେ ଥିବା ୩ ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ଆଜି ଅପରାହ୍ନରେ ନକ୍ସାପାଲି ଦେଇ ଯାଉଥିବା ଜାତୀୟ ରାଜପଥ ୫୩ରେ ଏକ ପାଉଁଶ ବୋଝେଇ ଟ୍ରକ ଯାଉଥିବା ବେଳେ ପଛ ପଟରୁ ଆସୁଥିବା ଏକ ଦ୍ରୁତଗାମୀ କାର ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଟ୍ରକର ସମ୍ମୁଖ ଭାଗଟି ଟ୍ରକର ପଛରେ ଧସେଇ ହୋଇ ପଶି ଯାଇଥିଲା । ଏଥି ସହ କାର ମଧ୍ୟରେ ଥିବା ସୁରକ୍ଷା ବେଲୁନ ବାହାରି ଥିବା ସତ୍ୱେ କାରର ଚାଳକ ଓ ସମ୍ମୁଖରେ ବସିଥିବା ୨ ଜଣ ଯୁବକଙ୍କ ଘଟଣାସ୍ଥ