ସମ୍ବଲପୁର ଜିଲା କ୍ରିଡା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ମହିଳା କବାଡି ଖେଳାଳି ପ୍ରିୟଙ୍କା ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଜିଲା କ୍ରିଡା ସଂଘର ଉପ ସଭାପତି ସାବିର ଅହମଦ, ସମ୍ପାଦକ ସୁନୀଲ ସାହୁ, କୋଷାଧ୍ୟକ୍ଷ ଉମାପତି ତ୍ରିପାଠୀ, ଖେଳ ସମ୍ପାଦକ ରାଜେଶ ସେଠ, ପୁର୍ବତନ ଆନ୍ତଃର୍ଜାତୀୟ କବାଡି ଖେଳାଳି ଭୀମ ବରାଡ ଓ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ବାହାରିନ ଦେଶରେ ଆୟୋଜିତ ଏସିଆନ ଗେମରେ କବାଡି ଖେଳରେ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇଛି । ଏହି ଭାରତୀୟ ଦଳରେ ପ୍ରିୟଙ୍କା ପ୍ରଧାନ ସାମ