ଝାରସୁଗୁଡା: ଅଇଁଲାବାହାଲ ଛକ ନିକଟ ରାସ୍ତା କଡରେ ପାଉଁଶ ପକାଇ ଫେରାର ହେଲା ଭାରୀଯାନ
ଝାରସୁଗୁଡା ଜିଲ୍ଲା ଲଇକେରା କାଦୋବାହାଲ ରାସ୍ତା ଅଇଁଲାବାହାଲ ଛକ ନିକଟ ରାସ୍ତା କଡରେ ପାଉଁଶ ପକାଇ ଫେରାର ହେଲା ଭାରୀଯାନ ଲ ରାସ୍ତା କଡ଼ ରେ ପଡିଥିବା ପାଉଁଶ ଗଦାରୁ ପାଇଁଶ ଗୁଣ୍ଡା ଉଡି ଜନ ଜୀବନ ଅସ୍ତବ୍ୟସ୍ତ ହେଉଛି l ସେହିରାସ୍ତା ରେ ଯାଉଥିବା ଲୋକଙ୍କ ଆଖିକାନ ରେ ପାଉଁଶ ଗୁଣ୍ଡ ପଶିବା ସହ ରାସ୍ତା ଦେଖାଯାଉନଥିବା ପରି ପରିସ୍ଥିତି ଉପୁଜୁଛି l ଏହି ରାସ୍ତାରେ କଡ଼ରେ ପାଉଁଶ ପଡିଥିବା ଏବଂ ଯାତାୟାତ ରେ ଅନେକ ସମସ୍ୟା ଦେଖାଦେଉଥିବା ଏକ ଭିଡିଓ ଆଜି ଅପରାହ୍ନ ୪ ଟା ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି l