ଝାରସୁଗୁଡା: ଲଇକେରା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜଙ୍ଗଲ ଅଧିକାର ଅଇନ ଉପରେ ବ୍ଲକ ସ୍ତରୀୟ ପରାମର୍ଶ ସଭା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜଙ୍ଗଲ ଅଧିକାର ଅଇନ ଉପରେ ବ୍ଲକ ସ୍ତରୀୟ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି l ଆଜି ବୁଧବାର ଅପରାହ୍ନ ପ୍ରାୟ ୩ ଟା ରୁ ୪ ଟା ଯାଏଁ ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ଏହି ସଭା ଅନୁଷ୍ଠିତ ହୋଇଛି l ଜଙ୍ଗଲ ଅଧିକାର ଆଇନ ଉପରେ ଲୋକଙ୍କୁ ସଚେତନ କରାଯିବାସହ ଜଙ୍ଗଲ ଉପରେ ନିର୍ଭର କରି ରହୁଥିବା ଲୋକେ ବା ଜଙ୍ଗଲ ଜମିରେ ପୀଢ଼ି ପରେ ପୀଢ଼ି ରହୁଥିବା ଲୋକଙ୍କ ଅଧିକାର କଣ ରହିଛି ସେମାନଙ୍କ ପାଇଁ ସମ୍ବିଧାନ ରେ କଣ ପ୍ରାବଧାନ ରହିଛି ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଜିର ଏହି ସଭାରେ ଆଲୋଚନା କରାଯାଇଛି l