ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଇନ୍ଫୋସିଟି ଚୁନୁକୋଳି ବସ୍ତି ଏବଂ ପଥରଗାଡିଆ ଗ୍ରାମରେ ହାତୀ ଉପଦ୍ରବ, ଭାଙ୍ଗିଲେ ପାଚେରୀ ଓ ଘର
ଇନ୍ଫୋସିଟି ଚୁନୁକୋଳି ବସ୍ତି ଏବଂ ପଥରଗାଡିଆ ଗ୍ରାମରେ ହାତୀ ଉପଦ୍ରବ, ଭାଙ୍ଗିଲେ ପାଚେରୀ ଓ ଘର | ସହର ଅଭିମୁଖେ ହାତୀ। ଭାଙ୍ଗିଲେ ପାଚେରୀ ଓ ଘର। ଦୁଇଟି ହାତୀ କରିଛନ୍ତି ଉତ୍ପାତ। ଆଜି 8.43ରେ ଇନ୍ଫୋସିଟି ଚୁନୁକୋଳି ବସ୍ତି ଏବଂ ପଥରଗାଡିଆ ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା | ପାଚେରୀ ଭାଙ୍ଗି ଫସଲ କଲେ ନଷ୍ଟ। ଚନ୍ଦକା ଜଙ୍ଗଲରୁ ଆସି ଖେଳାଇଛି ଆତଙ୍କ। ହାତୀକୁ ଘଉଡାଇଲେ ସ୍ଥାନୀୟ ଲୋକେ। ଦୁଇ ଟିକିଏ ହାତୀ ପଲ ଜଙ୍ଗଲ ରୁ ଆସି ଏଭଳି ଆତଙ୍କ ଖେଳାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି |