ଶନିବାର ଦିନ ବାଉଁଶୁଣୀ ଥାନା ପୋଲିସ ପକ୍ଷରୁ ବିଜାପଦର୍ ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରା ଯାଇ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରା ଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ବିଜାପଦର୍ ଗ୍ରାମ ନିକଟରେ ହୋଇଥିବା 77 ଏକର 68 ଡ଼ିସିମିଲ ଜମିରୁ 77678 ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରା ଯାଇଛି | ଉକ୍ତ ଚଢାଉରେ ପୋଲିସ୍ କର୍ମଚାରୀ ମାନଙ୍କ ସମେତ ବନ ବିଭାଗ, ରାଜସ୍ୱ ବିଭାଗ ର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ |