ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କଁଟାଟିକ୍ରା ରେ ସାର୍ଵଜନିନ ଗିରି ଗୋବର୍ଧନ ପୂଜା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା କଁଟାଟିକ୍ରା ରେ ସାର୍ଵଜନିନ ଗିରି ଗୋବର୍ଧନ ପୂଜା ଅନୁଷ୍ଠିତ ହୋଇଛି l ଆଜି ବୁଧବାର ଅପରାହ୍ନ ପ୍ରାୟ ୧୨ ଟା ୩୦ ରୁ ଏକ ଭଵ୍ୟ ଶୋଭାଯାତ୍ରାରେ ବାଜାଗାଜା ର ତାଳେତାଳେ ପ୍ରଭୁ ଶ୍ରୀକୃଷ୍ଣ ବଳରାମ ନଗର ପରିକ୍ରମା କରିଥିଲେ l ଏହାପରେ ହୋମ, ଯଜ୍ଞ, ମନ୍ତ୍ର ସହ ସମ୍ପୂର୍ଣ ରୀତିନୀତିରେ ଗିରି ଗୋବର୍ଦ୍ଧନ ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l ପରେ ପାରମ୍ପରିକ ବାଡ଼ି ଖେଳ ଅନୁଷ୍ଠିତ ହୋଇଥିଲା ଲ ଗିରି ଗୋବର୍ଦ୍ଧନ ପୂଜା ର ସମସ୍ତ କାର୍ଯ୍ୟକ୍ରମ ଦେଖିବା ପାଇଁ କଁଟାଟିକ୍ରା ରେ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l