ତେନ୍ତୁଳୀଖୁଣ୍ଟି ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷା ନିଁଳେନ୍ଦ୍ରି ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିର ଉଦଘାଟନ କରିଥିଲେ । ବିଡିଓ ମନୋଜ କୁମାର ପାଣିଗ୍ରାହୀ,ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ,ଏବିଡ଼ିଓ କୃପାସିନ୍ଧୁ ନାୟକ,ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ରାଧାକାନ୍ତ ରଣା,ପରଜା ବାରଙ୍ଗ ପଦର ସରପଞ୍ଚ ସୁକାନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।