ଗଙ୍ଗାଧର ମୁକ୍ତ ମଞ୍ଚ ଠାରେ ପଞ୍ଚମ ଦିବସରେ ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଂଜୟ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ, ସମ୍ବଲପୁରୀ ଭାଷାରେ ଧନୁଯାତ୍ରା ର ଆୟୋଜନ ସ୍ୱାଗତ ଯୋଗ୍ୟ, ଆଗାମୀ ଦିନରେ ଏହି ଉଦ୍ୟମ ସମ୍ବଲପୁରୀ ଭାଷା କୁ ଲୋକପ୍ରିୟ କରାଇବ l ଏଥି ସହ ସମ୍ବଲପୁର ସହରକୁ ସ୍ୱଚ୍ଛ ସୁନ୍ଦର କରେଇବାରେ ସମସ୍ତଙ୍କର ସହଯୋଗ କାମନା କରିବା ସହ କଂସ ମହାରାଜ ଙ୍କୁ ଆଦେଶ ଦେବାକୁ ଅନୁରୋଧ କରିଥିଲେ l