ମାଲକାନଗିରି: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ , ଯୋଗଦେଲେ ନବରଙ୍ଗପୁର ସାଂସଦ
ଆଜି ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ବିଜେପି ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ବରେ ହୋଇଥିବା ବେଳେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଆତ୍ମନିର୍ଭର ଭାରତ ରାଜ୍ୟ ସଂଯୋଜିକା ସୁଜାତା କୁମାରୀ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ। ଆତ୍ମନିର୍ଭର ଭାରତ ବିଷୟରେ ବୁଝାଇ ଥିଲେ। ଏହି ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା, ସମସ୍ତ ମଣ୍ଡଳ ସଭାପତି, ଆତ୍ମନିର୍ଭର ଭାରତର ସମସ୍ତ ମଣ୍ଡଳର ସଂଯୋଜକ ଓ ଦୁଇ ଶହ ସଂଯୋଜକ ଉପସ୍ଥିତ ଥିଲେ।